ପଛୁଆବର୍ଗକୁ ଠକିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣାନାମା ଉଦ୍ୟମ । ସର୍ଭେ ବା ଗଣନା ସବୁବେଳେ ଡୋର- 2 -ଡୋର କରାଯାଏ ।ହେଲେ ପଛୁଆବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ପଛୁଆବର୍ଗଙ୍କୁ ଅବହେଳିତ କରିବା ପାଇଁ । ରାଜ୍ୟ ସରକାରଙ୍କ ଏହା ହେଉଛି ଇଲେକ୍ସନ ଷ୍ଟଣ୍ଟ। ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ନକରି କାହିଁଙ୍କି ସର୍ଭେ ସେଣ୍ଟର କିମ୍ବା ଅନଲାଇନରେ ଫର୍ମ ପୂରଣ କରିବା ନୋଟିଫିକେସନ ଜାରି କରିଛନ୍ତି। ଯାହାକୁ ବିରୋଧ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଓଡ଼ିଶାରେ ଏସସି ଏସଟିଙ୍କ ସଂଖ୍ୟା ୩୮.୫ ପ୍ରତିଶତ। ୨୦୦୭ ରୁ ଆଜିଯାଏଁ ୫ ଲକ୍ଷରୁ ଅଧିକ ପଛୁଆବର୍ଗ ପିଲା ଚାକିରି ପାଇ ନାହାନ୍ତି। ରାଜ୍ୟ ସରକାର ଏଥିପ୍ରତି ନଜର ନଦେଇ ଏଭଳି ନୋଟିଫିକେସନ୍ ଜାରି କରିବା ହେଉଛି ଇଲେକ୍ସନ ଷ୍ଚଣ୍ଟ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ