ବନ୍ଧୁକ ଯୋଗାଇଥିବା ମୁନା ପାତ୍ର ଗିରଫ। ମାଷ୍ଟର ମାଇଣ୍ଡ କାଲୁକୁ ମଧ୍ୟ ଗିରଫ କରିଛି ପୋଲିସ। ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର, ଗିରଫ ପାଇଁ ଚଢ଼ାଉ ଜାରି ରହିଛି । କୃଷ୍ଣଚନ୍ଦ୍ରଙ୍କ ହତ୍ୟାକୁ ନେଇ ହୋଇଥିଲା ୩୦ ଲକ୍ଷର ଡିଲ୍।
ଗତ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା । ବାଇକରେ କିଛି ଦୁର୍ବୃତ୍ତ ଆସି କୃଷ୍ଣଚନ୍ଦ୍ରଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ତିନି ରାଉଣ୍ଡ ଗୁଳି ତାଙ୍କ ମୁଣ୍ଡ ଓ ଛାତିରେ ବାଜିଥିଲା ।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଖୋଲିଲା ଗୁମର । ପୁରୀ ବହୁ ଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ।
ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁନ ସିଂହାରୀର ଭାଇ ଓ ପୁତୁରା । ଗୁନ ସିଂହାରୀର ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।