ସମ୍ୱଲପୁର : ସମ୍ୱଲପୁର ଉପକଣ୍ଠ ବସନ୍ତପୁର ଠାରେ IIM କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ନୂତନ କ୍ୟାମ୍ପସ ଦ୍ୱାରା ଓଡ଼ିଶାର ଯୁବପିଢିକୁ ଏକ ନୂଆ ଶକ୍ତି ମିଳିଲା । ଏହା ମ୍ୟାନେଜମେଣ୍ଟ ଦୁନିଆରେ ଓଡ଼ିଶାକୁ ନୂଆ ପରିଚୟ ଦେବ । ନୂଆବର୍ଷରେ ଖୁସିକୁ ଦୁଇଗୁଣା କରିବ IIM ସମ୍ବଲପୁର । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବଲପୁର ହସ୍ତତନ୍ତ ସବୁଠୁ ଖାସ୍ । ସମ୍ବଲପୁରର ଲୋକାଲ୍କୁ ଭୋକାଲ୍ କରିବା ଯୁବପିଢିଙ୍କ ଦାୟିତ୍ୱ ।
ସମ୍ବଲପୁର ହସ୍ତତନ୍ତ, କଟକର ଫିଲଗ୍ରି ସବୁଠୁ ଖାସ୍ । ଆତ୍ମନିର୍ଭର ଭାରତକୁ ସମ୍ବଲପୁର ବହୁତ ଆଗକୁ ନେବ । ଏହାସହ 401 କୋଟି 97 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦ୍ୱାରା ଏହି କ୍ୟାମ୍ପସ ପ୍ରସ୍ତୁତ କରାଯାଇଛି । 2022 ଏପ୍ରିଲ ସୁଦ୍ଧା କ୍ୟାମ୍ପସ କାମ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।