ଅର୍ଗସ ବ୍ୟୁରୋ : ଝିଲିକ ମୋସନ ପିକଚର୍ସ ର ଚତୁର୍ଥ ଅବଦାନ *"ପ୍ରିୟେ ତୁ ମୋ ସିଏ" ର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ,ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ,ଅଭିନେତା ଅମ୍ଳାନ,ବବି ମିଶ୍ର,ଅସୀତ ପତି,ଏଲିନା ସାମନ୍ତରାୟ,ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ,କଣ୍ଠଶ୍ଳୀପି ହ୍ୟୁମାନ ସାଗର,ସତ୍ୟଜିତ୍ ପ୍ରଧାନ,ସୁଭାଶିଷ ସାହୁ,କୁଲଦୀପ ପଟ୍ଟନାୟକ,ଆମରା ମ୍ୟୁଜିକ କଣ୍ଟେଟ୍ ପ୍ରୋକରମେଣ୍ଟ ହେଡ୍ ଦେବାଶିଷ ପଣ୍ଡା ,ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ - ଏଲିନା ।
ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ । ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଚରିତ୍ରରେ ଦେଖିବେ ଦର୍ଶକ।
ଅଧିକ ପଢନ୍ତୁ ଓଡିଶା ଖବର