ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନୀ ହେଉଥିଲା । ପ୍ରଶାସନକୁ ଏ ନେଇ ବାରମ୍ବାର ଅଗବତ ପରେ ମଧ୍ୟ ସୁଫଳ ମିଳିଲାନାହିଁ । ଫଳରେ ନିଜ ଅସୁବିଧା ପାଇଁ ନିଜ ଅଞ୍ଚଳର ରାସ୍ତା ମରାମତି କଲେ ଅଞ୍ଚଳବାସୀ ।
ସ୍ଥାନୀୟ ଲୋକଙ୍କ କହିବା କଥା, ‘ମୁଖ୍ୟମନ୍ତ୍ରୀଙ୍କ ଗାଡି ଯଦି ଏଠି ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ହଜାରେ ଲୋକ ଆସି ପଛରେ ଝିଡା ହୋଇ ସାହାଯ୍ୟ କରିବେ । ଆଉ ସାଧାରଣ ଲୋକଟିଏ ଦୁର୍ଘଟଣାର ସମ୍ମୁଖୀନ ହେଲା କେହି ପଚାରିବେ ନାହିଁ ବରଂ ହସ୍ପିଟାଲ ବାହାରେ ଫିଙ୍ଗି ଦେବେ । ସମ୍ବଲପୁର ଜିଲ୍ଲା ପ୍ରଶାସନର ମାନବିକତା ନାହିଁ ।’
ଏଭଳି କିଛି କ୍ଷୋଭଭରା କଥା କହିଛନ୍ତି ସହର ମାଁ ଲିମସରିଏନ ଯୁବକ ସଂଘର ସଦସ୍ୟ । ଏହି ସଙ୍ଘ ନିଜ ଉଦ୍ୟମରେ ଜାତୀୟ ରାଜପଥ ମରାମତି କରୁଛି ।