ଭୁବନେଶ୍ଵର: ଚଳିତ ବର୍ଷ ବଜେଟରେ ମୋଟ 1 ଲକ୍ଷ 70 ହଜାର କୋଟି ବ୍ୟୟବରାଦ ହୋଇଛି। କୋଭିଡ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆଦାୟ 10% ବୃଦ୍ଧି ଆକଳନ ହୋଇଛି। ଚଳିତ ବର୍ଷ ଋଣଭାର GSDPର 20.9% ହେବା ନେଇ ଆକଳନ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ 1 ହଜାର 353 କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ 1 ହଜାର 755 କୋଟି ଟଙ୍କା, ଉଦ୍ୟାନ କୃଷି ପାଇଁ 132 କୋଟି ଟଙ୍କା, ଜଳସେଚନ ପାଇଁ 2258 କୋଟି ଟଙ୍କା , ନିରାମୟ ଯୋଜନାରେ 600 କୋଟି ଟଙ୍କା, ଏସସିବି ପାଇଁ ଚଳିତ ବର୍ଷ 500 କୋଟି, ପୁରୀ ପାଇଁ ଅବଢା ଯୋଜନାରେ 542 କୋଟି, ନେଟ୍ ଋଣ ପାଇଁ 18, 465 କୋଟି, ମିଶନ ସୁଜଳରେ ଭୁବନେଶ୍ୱରର 12ଟି ଜୋନକୁ ଜଳ, ଏସସିବିକୁ ଏମ୍ସ ପ୍ଲସ କରିବାକୁ 3500 କୋଟି, ଗଭୀର ନଳକୂପ ଖନନ ପାଇଁ 389 କୋଟି ବ୍ୟୟବରାଦ ହୋଇଛି।
ସେହିପରି, ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ 1415 କୋଟି, ମନରେଗାରେ 1966 କୋଟି ଖର୍ଚ୍ଚ ଯୋଜନା, ରାଉରକେଲା ହକି ଷ୍ଟାଡିୟମ ପାଇଁ 90 କୋଟି, ସ୍ୱାସ୍ଥ୍ୟସେବା ପାଇଁ ମୋଟ 13 ହଜାର କୋଟି, ଦୁର୍ଘଟଣାରେ ଗୁରୁତରଙ୍କୁ ମାଗଣାରେ ଚିକିତ୍ସା ମିଳିବ, ମାଗଣା ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା, ଫ୍ରି ଟ୍ରମା କେୟାର ପାଇଁ 40 କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ 415 କୋଟି, 5 ଲକ୍ଷ ପକ୍କା ଘର ନିର୍ମାଣ ପାଇଁ 3 ହଜାର କୋଟି, ପାଇପ ଯୋଗେ ପାଣି ଯୋଗାଇବାକୁ 12 ହଜାର କୋଟି, କାଳିଆ ଯୋଜନା ପାଇଁ 1800 କୋଟି, ବନ୍ୟା ନିୟନ୍ତ୍ରଣ ପାଇଁ 710 କୋଟି, କୃଷି ବଜେଟ ପାଇଁ 17,468 କୋଟି, ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ 77 କୋଟି, ବିହନ ପାଇଁ 100 ଓ ସାର ପାଇଁ 100 କୋଟି, ମନରେଗାରୁ 1966 କୋଟି କୃଷି କ୍ଷେତ୍ରରେ ବିନିଯୋଗ ହେବ, କଳାହାଣ୍ଡି ଓ ନବରଙ୍ଗପୁରରେ 2ଟି ଜଳସେଚନ ପ୍ରକଳ୍ପ, ଅଚଳ ଉଠାଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ 160 କୋଟି, ରାଷ୍ଟ୍ରୀୟ କୃଷି ବିକାଶ ପାଇଁ 450 କୋଟି, ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ 560 କୋଟି, ଏକାମ୍ର କ୍ଷେତ୍ର ପାଇଁ 200 କୋଟି, ସମଲେଶ୍ୱରୀଙ୍କ ପାଇଁ 200 କୋଟି, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ 957 କୋଟି, ମୋ ସ୍କୁଲ ପାଇଁ 253 କୋଟି, ମୋ କଲେଜ ପାଇଁ 7 କୋଟି,ବ୍ଲକ ସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ 100 କୋଟି, ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପାଇଁ 10 କୋଟି, ଆଦର୍ଶ ସ୍କୁଲ ପାଇଁ 280 କୋଟି ବ୍ୟୟବରାଦ, ଶିକ୍ଷା କ୍ଷେତ୍ର ପାଇଁ ମୋଟ୍ 24, 370 କୋଟି ବ୍ୟୟବରାଦ ହୋଇଛି।
ସେହିପରେ 1 ଟଙ୍କାରେ ଚାଉଳ ଯୋଗାଣ ପାଇଁ 969 କୋଟି. ବିଜୁ ସେତୁ ଯୋଜନା ପାଇଁ 912 କୋଟି, ହାତୀ କରିଡର ବିଦ୍ୟୁତ ଯୋଗାଣ ପାଇଁ 120 କୋଟି, ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ 50 କୋଟି, ବିଜୁ ଏକ୍ସପ୍ରେସ ୱେ ପାଇଁ 100 କୋଟି ବ୍ୟୟ, ନୂଆ ବିମାନ ଜମି ଅଧିଗ୍ରହଣ ପାଇଁ ଶହେ କୋଟି, ଆମ ଜଙ୍ଗଲ ଯୋଜନା ପାଇଁ 15 କୋଟି, କୋଣାର୍କ ଭଳି ଅନ୍ୟ 5ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ ହେବ, ଭିତରକନିକା, ଦାରିଙ୍ଗବାଡିରେ ଇକୋ ରିଟ୍ରିଟ ହେବ।
କଟକରେ ବସ୍ ଟର୍ମିନାଲ ପାଇଁ 100 କୋଟି, ଲ୍ୟାଣ୍ଡ ବ୍ୟାଙ୍କ ପାଇଁ 50 କୋଟିର ବ୍ୟୟ ବରାଦ, ବରମୁଣ୍ଡା ବସ୍ ଟର୍ମିନାଲ ପାଇଁ 100 କୋଟି, ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି, ସାଗରମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ 34 କୋଟି, ପ୍ଲାନେଟୋରିୟମର ଉନ୍ନତିକରଣ ପାଇଁ 20 କୋଟି. IIT ଭୁବନେଶ୍ୱର ପାଇଁ 13 କୋଟି ଟଙ୍କା, ସହରୀ ଶ୍ରମ ନିଯୁକ୍ତି ଯୋଜନା 'ମୁକ୍ତା' ଆରମ୍ଭ ହେବ, 'ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 500 କୋଟି ଟଙ୍କା ବ୍ୟୟବରାଦ ହୋଇଛି।