ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ୨ଜଣ ଯାକ ସମ୍ପର୍କରେ ମାମୁ ଭଣଜା ବୋଲି ସୂଚନା ମିଳିଛି । ୨ଜଣ କିଛି ଦିନ ପୂର୍ବରୁ ମୟୁରଭଞ୍ଜରୁ ଆସି କଣ୍ଟାବନିଆ ଠାରେ ଏକ ଚିଙ୍ଗୁଡ଼ି ପୋଖରୀରେ ରହି କାମ କରୁଥିଲେ । ଆଜି ଦ୍ୱିପ୍ରହର ସମୟରେ ପୋଖରୀରେ କାମ କରୁଥିବାବେଳେ ବଜ୍ରପାତ ହେଇଥିଲା । ଫଳରେ ୨ଜଣ ଯାକ ପୋଖରୀରେ ପଡି ଯାଇଥିଲେ । ତୁରନ୍ତ ଅନ୍ୟ ଲୋକମାନେ ତାଙ୍କୁ ଉଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଭଣଜାକୁ ମୃତ ଘୋଷଣା କରିଥିବାବେଳେ ମାମୁ ର ଅଵସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଛି ।