ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ୍ ଲାଚ୍ଛେୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।
ହାତୀ ଆକ୍ରମଣରେ ଜଣେ ମୃତ

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ହାତୀ ଆତଙ୍କ । ଦନ୍ତାନେଲା ପୁଣି ଏକ ଜୀବନ । ହାତୀ ଧାନ ନଷ୍ଟ କରିଦେଉଥିବା ହେତୁ ଖଳା ମୁଣ୍ଡରେ ଧାନକୁ ଜଗି ବସିଥିବା ବେଳେ ଦଳି ଦେଲା ହାତୀ । ସ୍ଥାନୀୟ ଲୋକଙ୍କ ସହାୟତା ଏବଂ ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ବନବିଭାଗ ପହଂଚି ଶବକୁ ଉଦ୍ଧାରର କରିଛି । ମୃତକ ହେଲେ ଦିଗପହଣ୍ଡିର ଆଲୁ ଲାଛେୟା ।
Download Argus News App
