ବରଗଡ଼: ବରଗଡ଼ରେ ଅମାନିଆଙ୍କୁ ସାବାଡ କଲା ପୋଲିସ । ଗତ 24 ଘଣ୍ଟା ମଧ୍ୟରେ ଲକ୍ ଡାଉନ ନିୟମ ଉଲ୍ଲଂଘନ କରୁଥିବାର 10ଟି ମାମଲା ରୁଜୁ କରିଛି ପୁୋଲିସ । ଏମାନଙ୍କ ଠାରୁ 5ଟି ଗାଡି ଜବତ କରାଯାଇଥିବା ବେଳେ ସମସ୍ତଙ୍କୁ ବରଗଡ଼ ପୁଲିସ ଅଟକ ରଖିଛି ବୋଲି ଟ୍ୱିଟ଼ ଯୋଗେ ସୂଚନା ଦେଲେ ବରଗଡ଼ ଏସପି ପଦ୍ମିନୀ ସାହୁ ।
ସମସ୍ତଙ୍କୁ ଘରେ ରହିବା ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି ଏସପି । ଲକ୍ ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ କୌଣସି ମୁହୂର୍ତ୍ତରେ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କେଉଁଝର : ଆନନ୍ଦପୁର ଶାଳପଡ଼ାସ୍ଥିତ କନକମଞ୍ଜରୀ ମହିଳା ମହାବିଦ୍ୟାଳୟକୁ ବଦନାମ କରିବାକୁ କିଛି ବ୍ୟକ୍ତି ଉଦ୍ୟମ କରୁଛନ୍ତି। ଏପରିକି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବାରମ୍ବାର ମନଗଢ଼ା ଖବର ପରିବେଷଣକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଛାତ୍ରୀନିବାସର ଶତାଧିକ ଅନ୍ତେବାସୀ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବାରମ୍ବାର ମନଗଢ଼ା ଖବର ପ୍ରକାଶ ପାଉଥିବାରୁ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେହିପରି କଲେଜରେ ପରିସ୍ଥିତି ସ୍ଵାଭାବିକ ଥିବାବେଳେ ମିଥ୍ୟା ଖବର ପ୍ରକାଶ ପାଉଥିବାରୁ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଧ୍ୟାପିକାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି
ଅର୍ଗସ ବ୍ୟୁରୋ: ଫ୍ରିରେ ଘରକୁ ଆସୁଥିବା ପିଜାକୁ ମନା କଲେ ବୃଦ୍ଧ। ପ୍ରତିଦିନ ବିନା ଅର୍ଡରେ ଆସିଯାଉଛି ପିଜା। କେଉଁଦିନ ଗୋଟିଏ ପିଜା ତ କେଉଁଦିନ ୧୦ରୁ ଅଧିକ ପିଜା, ତାହା ପୁଣି ଦିନରେ ଏବଂ ରାତିରେ ମଧ୍ୟ ବିନା ଅର୍ଡରେ ଆସିଯାଉଛି ପିଜା। ପିଜା ନାଁଟା ଶୁଣିଲା ବେଳକୁ ପାଟିରୁ ଲାଳ ବାହାରିବଣି। ଭାରି ସୁଆଦିଆ ପିଜା। ବାହାରକୁ ଗଲେ ସାଙ୍ଗମାନଙ୍କ ସହ ମିଶିକରି ପିଜା ଖାଇବା ହେଉ କି ଘରେ ଥିବାବେଳେ ଅନଲାଇନରୁ ପିଜା ଅର୍ଡର କରିହେଉ।
କିନ୍ତୁ ଆପଣ କେବେ ଫ୍ରୀରେ ପିଜା ଖାଇଛନ୍ତି କି ତା ପୁଣି ପ୍ରତିଦିନ। ଆଜ୍ଞା ହଁ, ଆପଣ ଠିକ ଶୁଣିଲେ, ପ୍ରତିଦିନ ପିଜା ତାହା ପୁଣି ଟଙ୍କାଟେବି ଖର୍ଚ୍ଚ ନକରି। ଫ୍ରିରେ ଖାଇବାକୁ କାହାକୁ ବା ଭଲ ନଲାଗେ । ଜଣେ ବୃଦ୍ଧ କିନ୍ତୁ ମନା କରୁଛନ୍ତି। ମୋର କୌଣସି ଫ୍ରିରେ ପିଜା ଖାଇବା ଆବଶ୍ୟକ ନାହିଁ। ଖାଲି ସେତିକି ନୁହେଁ, ପିଜା ନାଁ ଶୁଣିଲେ ବା ଡେଲିଭରି ବୟ ସ୍କୁଟର ସାଉଣ୍ଡ ଶୁଣିଲେ ଭୟରେ ଥରୁଛନ୍ତି ବୃଦ୍ଦ। ହେଲେ କାହିଁକି ? କଣ ହୋଇଛି ଜାଣିବା ପାଇଁ ପୂରା ଘଟଣା ଉପରେ ନଜର ପକାନ୍ତୁ।
ଆମେ ଆପଣଙ୍କୁ କହୁଛୁ ବେଲଜିୟମରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି କଥା। ଏହି ଘଟଣା ଇଟାଲିର ଏକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଲଟିଛି। ସେ କହିଛନ୍ତି ଯେ, ଗତ ୧୦ବର୍ଷ ଧରି ଦୈନିକ ମୋ ଘରକୁ ପିଜା ଆସୁଛି। ହେଲେ କିଏ ପଠାଉଛି, କଣ ପାଇଁ ପଠାଉଛି, କଣ ପାଇଁ ଅର୍ଥ ଖର୍ଚ୍ଚ କରୁଛି ମୁଁ ଜାଣିପାରୁନାହିଁ।
ବେଲଜିୟମର ଏଣ୍ଟବର୍ପରେ ରହୁଥିବା ଲେଣ୍ଡେଘମ ୨୦୨୦ ମସିହାରୁ ଏହି ଘଟଣାକୁ ନେଇ ଚର୍ଚ୍ଚିତ। ସେ କହିଛନ୍ତି ଯେ, ୨୦୧୯ ମସିହାରେ ଅଚାନକ ମୋ ଘରକୁ ଡେଲିଭରୀ ବୟ ପିଜା ନେଇ ଆସିଥିଲା। ତା ପୂର୍ବରୁ ମଧ୍ୟ ନିୟମିତ ୬ ବର୍ଷ ଧରି ଏହି ଧାରା ଚାଲିଛି। କେତେବେଳେ ଗୋଟେ ପିଜା ତ କେତେବେଳେ ୧୦ରୁ ଅଧିକ। ମୁଁ ଯେତେଥର ଡେଲିଭରୀ ବୟକୁ ବୁଝାଇଲେ ମଧ୍ୟ ସେମାନେ ଶୁଣି ନାହାନ୍ତି, ମୋ ଠିକଣାରେ ପିଜା ଦେଇ ଚାଲିଯାଉଛନ୍ତି। ଏବେ ମୋ ଦୁଆରକୁ ସ୍କୁଟର ଟିଏ ଆସିଲେ ମୁଁ ଭୟ କରୁଛି। କିଏ ପଠାଉଛି, କାହିଁକି ପଠାଉଛି ତାହା ଜାଣିପାରୁନାହିଁ। ଆଉ ଏବେବି ପ୍ରତିଦିନ ପିଜା ଆସିଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
କଟକ: ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ୨୧ ତାରିଖ ରାତିରେ ଏହି ପଞ୍ଚାୟତର ତାରିଣୀ ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ କିଛି ସୁନା ଗହଣା ସହିତ ନଗଦ ୧୨ ହଜାର ଟଙ୍କା ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଚୋରି କରିଥିବା ଗହଣାରୁ ଗୋଟିଏ ସୁନା ମୁଦି ବିକ୍ରି କରିବା ପାଇଁ ଚୋର ଜଣକ ତାର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ସେହି ଗହଣା ଦୋକାନକୁ ପଠାଇଥିଲା।
ଗହଣା ଦୋକାନୀ ନିଜ ସୁନା ମୁଦିକୁ ଚିନ୍ହି ପାରି ତାକୁ ଅଟକ ରଖିଥିଲେ। ତାକୁ ପଚରାଉଚରା କରିବା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା। ପରେ ଉକ୍ତ ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ। ବାଙ୍କୀ ପୋଲିସ ଉକ୍ତ ଚୋରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସେପଟେ ବାରମ୍ବାର ଏହି ଅଞ୍ଚଳରେ ଚୋରି ହେଉଥିଲେ ମଧ୍ୟ ପୋଲିସ ଚୋରଙ୍କୁ ଧରିବାରେ କେବେ ସଫଳ ହୋଇ ନଥିବା ବେଳେ ସାମାନ୍ୟ ଭୁଲରୁ ନିଜେ ଚୋର ନିଜ ହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର