ଗତକାଲି 31 ଜଣ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ଖପ୍ରାଖୋଲ ପୋଲିସ 16 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି l ଖପ୍ରାଖୋଲ ଥାନାର ପେଟ୍ରୋଲିଙ୍ଗ ଟିମ ଏସଆଇ ଗୋପୀନାଥ ମହାକୁଡ଼ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବୋଲେରୋ ରେ କିଛି ଲୋକ ଭର୍ତ୍ତି ହୋଇ ଦୃତ ଗତିରେ ଯାଉଥିବା ଦେଖି ପୋଲିସ ଗାଡିକୁ କୁର୍ଲୁମାଲ ଛକ ଠାରେ ଅଟକାଇଥିଲା। ପଚରାଉଚରା କରିବାରୁ ଦାଦନ ଶ୍ରମିକ ମାନେ ଗାଇସିଲେଟ ଥାନା ଯୁଗୀମଠ ଗ୍ରାମର ବୋଲି ଜଣାଯାଇଛି l
ଉଦ୍ଧାର ଶ୍ରମିକ ଙ୍କ ମଧ୍ୟରୁ 5 ଜଣ ପୁରୁଷ 5 ଜଣ ମହିଳା ଗୋଟିଏ ନାବାଳିକା ଝିଅ ଏବଂ 5 ଜଣ ଶିଶୁ ସେମାନଙ୍କୁ ଦାଦନ ସର୍ଦ୍ଦାର ପଞ୍ଚା ସୁନା ଏବଂ ଉପେନ୍ଦ୍ର ଦଣ୍ଡସେନା ବେଆଇନ ଭାବେ ଆବଶ୍ୟକ କାଗଜପତ୍ର ନ କରି ବିଜୟନଗରମ ଚାଲାଣ କରୁଥିବା ଜଣାପଡିଛି l ଦୁଇ ଜଣ ସର୍ଦାର ଓ ଗାଡ଼ି ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି l