ତେବେ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୁଆଗାଁ ଥାନା ଅଞ୍ଚଳରୁ ପୋଲିସ୍ କାବୁ କରିଥିଲା। ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଜଣ ଅପହୃତାଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍ କୁ ମଧ୍ୟ ଜବତ କରିଛି ପୋଲିସ। ଗତକାଲି ସନ୍ଧ୍ୟାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବନ୍ଧ ଛକରୁ ଫିଲ୍ମ ଷ୍ଟାଇଲରେ ଦୁଇଟି ଗାଡ଼ିରେ ଆସି ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୁଇଜଣ ମାଂସ ବ୍ୟବସାୟୀଙ୍କୁ ମାଡ଼ ମାରି ଅପହରଣ କରିନେଇଥିଲେ ଅପହରଣକାରୀ ।
ତେବେ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୁଆଗାଁ ଥାନା ଅଞ୍ଚଳରୁ ପୋଲିସ୍ କାବୁ କରିଥିଲା। ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: