ଅଧିକ ପଢନ୍ତୁ :ନଷ୍ଟ କରାଗଲା ୬୭୦୩ କିଲୋ ଗଞ୍ଜେଇ
ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ୩ ବସ୍ତାରେ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣା ପଡିଥିଲା । ଏବଂ ଗାଡିରେ ଥିବା ୩ ଅଭଯୁକ୍ତ ଙ୍କୁ ଗିରଫ କରି ଯାଞ୍ଚ କରିବାରୁ ନଗତ ୩୦ ହଜାର ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରିଛି ପୋଲିସ । ୩ ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ତିନି ବ୍ୟକ୍ତି ମୁନେତ ମହାରାଷ୍ଟ୍ରର ମହମ୍ମଦ ସେଖ , ନାରାୟଣ ସାନ୍ତାରମଣ ଚୌଧାରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ ବୋଲି ଜଣା ପଡିଛି ।