ଏପଟେ ରିଜର୍ଭସେନ ପାଇଁ ଚଳିତ ବର୍ଷ ଇଞ୍ଜିନିୟରିଂ ସିଟ୍ ୩୨ ହଜାରରୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ଏମିତିରେ ଇଞ୍ଜିନିୟରିଂରେ କଲେଜର ହାଲ୍ ବେହାଲ ଥିବା ବେଳେ ସିଟ୍ ବଢ଼ିଲେ କେତେ ଯେ ଆସନ ଖାଲି ପଡ଼ିବ ତାକୁ ନେଇ ଚିନ୍ତା ବଢ଼ିଛି । ସେପଟେ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କାହିଁକି ପଛୁଆ ବର୍ଗ ବା OBCଙ୍କୁ ସଂରକ୍ଷଣ ମିଳୁନାହିଁ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । କେନ୍ଦ୍ର ସରକାର ମେଡ଼ିକାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଆଦିରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରବାଧାନ କରିଛନ୍ତି । କିନ୍ତୁ ରାଜ୍ୟରେ ଏବେ 54 ଭାଗ ଅର୍ଥାତ ଅଢ଼େଇ କୋଟିରୁ ଅଧିକ ଲୋକ ଓବିସି ।
କିନ୍ତୁ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ଏପରିକି ଅଦାଲତଙ୍କୁ ଅପିଲ ପରେ ସଂରକ୍ଷଣ ୫୦ ପ୍ରତିଶତରୁ ମଧ୍ୟ ଅଧିକ ହୋଇପାରିବାର ପ୍ରାବଧାନ ରହିଛି । କିନ୍ତୁ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାହାକୁ ନେଇ ମଧ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।