ଛେଣ୍ଡିପଦା ଥାନା ପୋଲିସ ବାଇକ୍ ରେ ବେଆଇନ ଭାବେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ କୋଶଳା -କୁମୁଣ୍ଡା ଯାଇଥିବା ରାସ୍ତାର ପଥରନାଳ ନିକଟରେ ଛକି ରହିଥିଲେ । ଏହି ସମୟରେ ୪ ଟି ସ୍କୁଟରରେ ଚୋରା କୋଇଲା ବୋଝେଇ ହୋଇ କୁମୁଣ୍ଡା ରୁ କୋଶଳା ଆଡକୁ ଆସୁଥିବା ବେଳେ ପୋଲିସ ୪ ଟି ସ୍କୁଟରକୁ ଅଟକାଇ ଯାଂଚ କରିଥିଲା । ବେଳେ ଜଣେ ସ୍କୁଟର ଚାଳକ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ବେଳେ କୋଶଳା ଗ୍ରାମର ଯାଦବ ନାଏକ ଓ ବିନୟ ବେହେରାକୁ ଗିରଫ କରିବା ସହିତ ୩ଟି ସ୍କୁଟରରୁ ୬କୁଇଣ୍ଟାଲ କୋଇଲା ଜବତ କରିଥିଲେ ।
ସେହପରି ପୋଲିସ କୋଶଳା ଝାରଶୁଗୁଡା ସାହି ନିକଟରେ କୋଇଲା ବୋଝେଇ ହୋଇ କୋଶଳା ଆଡକୁ ଆସୁଥିବା ଗୋଟିଏ ମୋଟର ସାଇକେଲ ଓ ୧ ସ୍କୁଟରକୁ ଅଟକାଇ ଯାଂଚ କରିଥିଲେ । ଯାଂଚ ବେଳେ ସଠିକ କାଗଜ ପତ୍ର ଦେଖାଇ ନପାରିବାରୁ ପୋଲିସ ଉକ୍ତ ୨ଟି ଗାଡିରୁ ୪କୁଇଣ୍ଟାଲ କୋଇଲା ଜବତ କରିବା ସହିତ କୋଶଳା ଗ୍ରାମର ସୁବାଷ ସାହୁ ଓ ସୁଶାନ୍ତ ପ୍ରଧାନଙ୍କୁ ଗିରଫ କରିଛି । ଏନେଇ ଛେଣ୍ଡିପଦା ଥାନାରେ ୧୯୧/୨୩ ଓ ୧୯୨/୨୩ ରେ ଦୁଇଟି ମାମଲା ରୁଜୁ କରିବା ସହିତ ସୁବାଷ,ସୁଶାନ୍ତ, ଯାଦବ ଓ ବିନୟକୁ କୋର୍ଟଚାଲଣ କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...