ଗୁରୁସିଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟର ଥଣ୍ଡା ଜ୍ଵରର ଲକ୍ଷଣ ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍ତବାସୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ନମୁନା ପରୀକ୍ଷା କରିବା ପରେ ୫ ଜଣ ଅନ୍ତବାସୀ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ପରେ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ ବିଦ୍ୟାଳୟ ପହଂଚି ଥଣ୍ଡାରେ ଆକ୍ରାନ୍ତ ଥିବା ଛାତ୍ର ମାନଙ୍କ ନମୁନା ପରୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ, ପ୍ରତିଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କିଛି ରାଜ୍ୟରେ କୋଭିଡ କେସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନିକଟରେ ଦେଶରେ୨୦ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।
ଆହୁରି ପଢନ୍ତୁ କରୋନା ଅପଡେଟ୍ ଖବର...