ବାଲିଆପାଳ ବ୍ଲକ ଜାମ୍ମୁକୁଣ୍ଡା ଗ୍ରାମ ପଞ୍ଚାୟତ କୁହ୍ଲାଚଡ ଗାଁ ପ୍ରତି ସୁବର୍ଣ୍ଣରେଖା ନଦୀର ବିପଦ ଅଧିକ ରହିଛି । କୁହ୍ଲାଚଡ ଗ୍ରାମରେ ଥିବା ଉର୍ବର ଚାଷ ଜମିକୁ ସୁବର୍ଣ୍ଣରେଖା ଦ୍ରୁତଗତିରେ ତା ଗର୍ଭକୁ ଟାଣି ନେଉଛି ।
ସୁବର୍ଣ୍ଣରେଖା ନଦୀରେ ପ୍ରତିବର୍ଷ ବନ୍ୟା ଆସି ବାଲିଆପାଳ ବ୍ଲକର ପାଳପଡା , ଚଡପାଳପଡା, ଅସ୍ତି, ବଢାପାଳ, ପାଳ ଚମ୍ପେଇ, ପାରୁଳିଆ, ଅସ୍ତି , ସୂର୍ଯ୍ୟପୁର, କୁଦମାନସିଂ, ବିଷ୍ଣୁପୁର, ଇକଡପାଳ, ରସଲପୁର, କୁହ୍ଲାଚଡ ଗାଁ ପ୍ରତି ସୁବର୍ଣ୍ଣରେଖା ନଦୀର ବିପଦ ରହିଛି । ବର୍ତ୍ତବାନ ସୁନ୍ଧା ସୁବର୍ଣ୍ଣରେଖା ନଦୀ କୁହ୍ଲାଚଡ ଗ୍ରାମର10 ଏକର ରୁ ଉର୍ଧ୍ବ ଚାଷଜମି ତା ଗର୍ଭରେ ଲୀନ କରିସାରିଛି
ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଜଣାଇଥିଲେ ମଧ୍ୟ କେବଳ ଆଶ୍ଵାସନା ଛଡା ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ ଗ୍ରାମବାସୀ ଅସହାୟ ହୋଇ ପରିଶେଷରେ କୁହ୍ଲାଚଡ ଗ୍ରାମଦେଇ ପ୍ରଭାବିତ କରୁଥିବା ସୁବର୍ଣ୍ଣରେଖା ନଦୀ କୂଳରେ ପଥର ବନ୍ଧ ନିର୍ମାଣ କରାଇବା ପାଇଁ ସୁବ୍ୟବସ୍ଥା ନ କରାଇଲେ ଶେଷରେ ଆନ୍ଦୋଳନାତ୍ମକ ପଦକ୍ଷେପ ଆପଣେଇବାକୁ ଧମକ୍ ଦେଇଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।