ସୁନ୍ଦରଗଡ: ଦୁଷ୍କର୍ମକାରୀ ପିତାକୁ 10 ବର୍ଷ ସଶ୍ରମ କାରାଦଣ୍ଡ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଦାଲତରେ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମ କାରୀ ପିତାଙ୍କୁ 10 ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ରାଜଗାଙ୍ଗପୁରର ଉପ ଦୌରାଜଜ । ସୂଚନାନୁସାରେ ସ୍ଥାନୀୟ ମଧୁସୂଦନ କଲୋନୀ ବାସିନ୍ଦା ସୁଶାନ୍ତ କୁମାର ଶତପଥୀ କିଛି ବର୍ଷ ହେବ ନିଜ ଜନ୍ମିତ ଝିଅ ସହ ଦୁଷ୍କର୍ମ କରି ଆସୁଥିଲେ ଏବଂ ଏ ବିଷୟରେ ପ୍ରଘଟ କଲେ ମା ଏବଂ ଝିଅକୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଶେଷରେ ଏଥିରେ ଅତିଷ୍ଠ ହୋଉ ଝିଅ ରାଜଗାଙ୍ଗପୁର ଥାନାରେ ଏବିଷୟରେ ଅଭିଯୋଗ କରିଥିଲେ।
ରାଜଗାଙ୍ଗପୁର ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ ବିରୁଦ୍ଧରେ କେଶ ରୁଜୁକରି କୋର୍ଟ ଚାଲାଣ କରିଥିଲେ। ମାନ୍ୟବର କୋର୍ଟ ସାକ୍ଷ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତ ପିତାକୁ 10 ବର୍ଷର ସଶ୍ରମ କାରା ଦଣ୍ଡ ସହ 10 ହଜାର ଟଙ୍କା ଜୋରିମାନାର ଆଦେଶ ଦେଇଛନ୍ତି। ତେବେ ଆଜିର ଏହି ଘଟଣା ଏପରି ଏକ ଜଘନ୍ୟ ଅପରାଧ ଯାହା ସମାଜକୁ କଳୁଷିତ କରୁଥିବାରୁ ଅଦାଲତ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଆସାମୀକୁ ଉପଯୁକ୍ତ ଦଣ୍ଡବିଧାନ କରାଯାଇଛି ବୋଲି ସରକାରୀ ଓକିଲ କହିଛନ୍ତି।