ଅର୍ଗସ ବ୍ୟୁରୋ: ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆପଡା ଜିଲ୍ଲା ରେ 100 କିମି ମାରାଥନ ଯାତ୍ରା। ହକି ବିଶ୍ୱକପ ପାଇଁ ନୂଆପଡା ଜିଲ୍ଲା ସିନାପାଲି ସହର ରୁ ନୂଆପଡା ପର୍ଯ୍ୟନ୍ତ 100 କିମି ମାରାଥନ ଯାତ୍ରା ଅନୁଷ୍ଠିତ ହୋଇଛି। ସିନାପାଲି ସହର ର ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା ପରେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗୋଟିଏ କିମି ରେ ଗୋଟିଏ ଜଣ ରହି ପତାକା କୁ ଧରି ସାମୁହିକ ଭାବେ ମାରାଥନ ଅନୁଷ୍ଠୀତ ହୋଇଥିଲା। ପରେ ବୋଡେ଼ନ ବ୍ଲକ ସୀମା ରେ ବୋଡେ଼ନ ବ୍ଲକ ପ୍ରଶାସନ ନେଇ ମାରାଥନ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା।
ପତାକା ଏହି ମାରାଥନ କାର୍ଯ୍ୟକ୍ରମ ବିଜୁ ଏକ୍ସପ୍ରେସ ରାସ୍ତା ଦେଇ ବୋଡେ଼ନ ଏବଂ କୋମନା ବ୍ଲକ ଦେଇ ନୂଆପଡା କୁ ପହଂଚିବ। ସିନାପାଲି ଠାରେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ, ତହସିଲଦାର ଉପାଞ୍ଜଳି ମାଝୀ, ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା, ସମେତ ସିନାପାଲି ଅଧକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଳା, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, କେନ୍ଦୁଲିପ ରେଞ୍ଜର, ସ୍ଥାନୀୟ ରାଜନେତା, ଏସ ଏଜୀ ଗ୍ରୁପ, ଗାୟତ୍ରୀ ପରିବାର, ଅଞ୍ଚଳ ବାସି ଉପସ୍ଥିତ ଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ