ସେଠାକୁ ମର୍ଣ୍ଣିୱାର୍କ ଗ୍ରୁପର ଏକାଧିକ ସଦସ୍ୟ ପ୍ରତ୍ୟେକ ଦିନ ମର୍ଣ୍ଣିୱାର୍କ କରନ୍ତି। ଗତ 17ତାରିଖ ଅର୍ଥାତ 12ଦିନ ପୂର୍ବରୁ କୌଣସି କାରଣରୁ ଗୋଟିଏ ମାଙ୍କଡକୁ କୁକୁର କାମୁଡି ଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରିଲା ନାହିଁ ଯାହା ଫଳରେ ମାଙ୍କଡଟି ର ମୃତ୍ୟୁ ହୋଇଥିଲା। ଏ ଦୃଶ୍ୟ ମର୍ଣ୍ଣିୱାର୍କ ଗ୍ରୁପର ସଦସ୍ୟଙ୍କୁ ବିଚଳିତ କରିଥିଲା। କାରଣ ସମସ୍ତେ ପ୍ରତ୍ୟେକ ଦିନ ସେଠାରେ ମର୍ଣ୍ଣି ୱାର୍କ କରିବା ସହ ପାଖରେ ଥିବା ମାଙ୍କଡ ମାନଙ୍କୁ ଅତି ନିକଟରୁ ଦେଖୁଥିଲେ।ତେଣୁ ସମସ୍ତ ସଦସ୍ୟ ମାଙ୍କଡ ମୃତ୍ୟୁର ଶୁଦ୍ଧି ପାଇଁ ମନସ୍ଥିର କଲେ।
ଯାହାକୁ ନେଇ ରବିବାର ସଦସ୍ୟଙ୍କ ତରଫରୁ ଦ୍ୱାଦଶହ ର ବିରାଟ ଆୟୋଜନ ହୋଇଥିଲା। ଶତାଧିକ ଲୋକଙ୍କ ପାଇଁ ପ୍ରସାଦ ପୂର୍ବରୁ ରୋଷେଇ ହୋଇଥିଲା।ଭଳି କି ଭଳି ଆଇଟମ ର ରୋଷେଇ ହୋଇଥିବା ସତାଧିକ ଲୋକମାନେ ଭୋଜନ ମଧ୍ୟ କରିଥିଲେ। ରାସ୍ତା ପାର୍ଶ୍ଵରେ ଏ ଦୃଶ୍ୟ କୁ ଯିଏ ଦେଖିଲା ଘଡ଼ିଏ ରାସ୍ତାରେ ଅଟକି ଯାଉଥିଲା।ଏମିତିକି ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକଙ୍କୁ ଦ୍ଵାଦଶ ଭୋଜନ କରିବାକୁ ଗ୍ରୁପ ସଦସ୍ୟ ମାନେ ନିମନ୍ତ୍ରଣ କରୁଥିଲେ।
ଆଉ ଏଭଳି ମଣିଷ ଏବଂ ବାନର ର ସୁସମ୍ପର୍କ ବଡ଼ ଉଦାହରଣ କୁ ଦେଖି କିଛି ବ୍ୟକ୍ତିବିଶେଷ ମଧ୍ୟ ଦ୍ଵାଦଶ କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।କୁହାଯାଏ ମାଙ୍କଡ ମନୁଷ୍ୟର ସହ ସମ୍ପର୍କ ପୁରହିଥାଏ।ଏହାସହ ଆଜିକାଲି ସମାଜରେ କିଛି କିଛି ସହୃଦୟ ବ୍ୟକ୍ତି ଅଧିକ ଦୁର୍ବଳତା ଦେଖାନ୍ତି ବିଭିନ୍ନ ପଶୁପକ୍ଷୀ ମାନଙ୍କୁ।ଯାହାକି ଏଠି ମଧ୍ୟ ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଏସବୁ ଘଟଣା ପରେ ମଧ୍ୟ ପରିବେଶରେ ରହୁଥିବା ଜୀବଜନ୍ତୁ କିଭଳି ସୁରକ୍ଷିତ ରହିବେ।ଖରାଦିନରେ କିପରି ଯତ୍ନର ସହକାରେ ରହିବେ ସେଥିପ୍ରତି ସମସ୍ତେ ଟିକେ ସଚେତନ ହେବା ଜରୁରୀ ହୋଇପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର