ପୂର୍ବରୁ ମାର୍ଚ୍ଚରେ ଏହି ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ରାଷ୍ଟ୍ରପତି । ସେଲ୍ ରାଉରକେଲା ଇସ୍ପାତ କାରଖାନାର “ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେସାଲିଟି” ଏବେ କୋଭିଡ ମୁକାବିଲାରେ ବଡ଼ ଭୂମିକା ନେବ । ରୋଗୀଙ୍କୁ ଯୋଗାଇ ଦିଆଯିବ ଅତ୍ୟାଧୁନିକ ସେବା ।
ସୁନ୍ଦରଗଡ଼ରେ ମଧ୍ୟ ଏମସିଏଲ ଓ ଏନଟିପିସି ୧୦୦ ଭେଣ୍ଟିଲେଟର ଥିବା ଆଉ ଏକ ହସ୍ପିଟାଲ କରିବାକୁ ଯାଉଛି । ଆଜି ରାଉରକେଲା ୧୦ ହଜାର ମେଟ୍ରେକ ଟନ ଅମ୍ଲଜାନ ସାରା ଦେଶକୁ ଦେଉଛି । ଆଗକୁ ଏହା ନିଜର ସେବା ଜାରି ରଖିବ ।
ସେପଟେ କରୋନା ଲଢ଼େଇ ଜିତିବାକୁ ହେଲେ ଟେଷ୍ଟିଂ ପାଇଁ ଜନଜାଗରଣ ଦରକାର ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କରୋନାକୁ ଡରି ନୁହେଁ ସମସ୍ତଙ୍କ ସହ ମିଶି ମୁକାବିଲା କରିବାକୁ ପଡିବ । କାର୍ୟ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ।