ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୫,୩୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବୁଧବାର ଦିନ ଦେଶରେ ସଂକ୍ରମଣ ୪,୪୩୫ ଥିବାବେଳେ ଗୁରୁବାର ଏହା ୫ ହଜାର ଟପିଯାଇଛି । ଯାହା ୬ ମାସରେ ସର୍ବାଧିକ । ଦେଶରେ ଦୈନିକ ପଜିଟିଭ୍ ହାର ୩.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୭୯ ପ୍ରତିଶତ ରହିଛି ।
ଅନ୍ୟପଟେ 24 ଘଣ୍ଟାରେ ଦେଶରେ ୨,୮୨୬ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୮୨,୫୩୮ରେ ପହଞ୍ଚିଛି । ତେବେ ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବେ । ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏହି ବୈଠକ କରାଯିବ । ସ୍ବାସ୍ଥ୍ୟ ମନ୍ତ୍ରୀ ନିକଟରେ କହିଥିଲେ ଯେ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ।
ଆହୁରି ପଢନ୍ତୁ କରୋନା ଅପଡେଟ ଖବର...