ବୌଦ୍ଧରୁ ବିହାର ଗଞ୍ଜେଇ ଚାଲାଣ ହେଉଥିବାବେଳେ ଶାସନ ଟୋଲ ଗେଟରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହାକୁ କାବୁ କରିଛି । ଗାଡିରେ ୧ କୁଇଣ୍ଟାଲ ୫ କେକି ଗଞ୍ଜେଇ ଜବତ ସହ ୩ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।
ତେବେ ବର୍ଷକ ମଧ୍ୟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୭ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ୪୯ଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ ୮୦ ଜଣ ଗିରଫ ହୋଇ କୋର୍ଟ ଚାଲାଣ କରିଛନ୍ତି । ୩୨ଟି ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ରହିଛି ।