ଅଧିକ ପଢନ୍ତୁ ଓଡ଼ିଶା ଖବର
ମାତ୍ର କର୍ମଚାରୀ ମାନେ ଦେବାକୁ ମନା କରିବାରୁ ଆମ୍ବୁଲାନ୍ସକୁ ବାଡ଼େଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଆମ୍ବୁଲାନ୍ସରୁ ବାହାରି ଜଣେ କର୍ମଚାରୀ ଆମ୍ବୁଲାନ୍ସ ସମ୍ମୁଖରୁ ଗାଡ଼ି ବାହାର କରିବାକୁ କହିବାରୁ ମଦ୍ୟପ ଯୁବକ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ମାଡ଼ ମାରିବା ସହ ଆମ୍ବୁଲାନ୍ସର ବାମ ପାର୍ଶ୍ଵ ମିରରକୁ ଭାଙ୍ଗିଦେବା ସହ ଡ଼୍ରାଇଭରଙ୍କ ପକେଟରୁ କିଛି ଟଙ୍କା ଜବରଦସ୍ତି ନେଇଯାଇଥିଲେ ।
ଏହି ସମୟରେ ଜଣେ ଯୁବକ ଖସି ପଳାଇ ଯାଇଥିବା ସମୟରେ ଅନ୍ୟ ଜଣେ ଯୁବକଙ୍କୁ ଆମ୍ଵୁଲାନ୍ସ କର୍ମଚାରୀ ମାନେ କାବୁ କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଜିମା ଦେଇଥିଲେ । ଏନେଇ ଆମ୍ବୁଲାନ୍ସର ସହାୟକ ଦିନେଶ କୁମାର ବାରିକ୍ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି l