ଗଜପତି ମୋହନାରେ ସ୍ବାଧୀନତା ଦିବସ ପାଳିତ
ଅବ୍ୟବସ୍ଥା ଘେରରେ ଅଙ୍ଗନଓ୍ୱାଡି କେନ୍ଦ୍ର, ଖାଲି ପଡିଛି ୧୦୯୩ ପଦବୀ
ଭୁବନେଶ୍ୱର: ସୁଧୁରୁନି ଅଙ୍ଗନଓ୍ୱାଡି କେନ୍ଦ୍ରର ବ୍ୟବସ୍ଥା । ରାଜ୍ୟରେ ମୋଟ୍ ୭୨ ହଜାର ୫୫୮୭ଟି ଅଙ୍ଗନଓ୍ୱାଡି ଓ ମିନି ଅଙ୍ଗନଓ୍ୱାଡି କେନ୍ଦ୍ର ରହିଛି । ଆଜି ବି ରାଜ୍ୟରେ ୩୨ହଜାର ଅଙ୍ଗନଓ୍ୱାଡି କେନ୍ଦ୍ରରେ ନିଜସ୍ୱ ଗୃହ ନାହିଁ ।
୭୨ ହଜାର ୫୫୮୭ଟି ଅଙ୍ଗନଓ୍ୱାଡିରୁ ୩୯ ହଜାର ୬୧୭ କେନ୍ଦ୍ରର ନିଜସ୍ୱ ଗୃହ ଅଛି । ୭୨ ହଜାର ୫୫୮୭ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ୭୧ହଜାର ୪୯୪ କର୍ମୀ ନିୟୋଜିତ ଅଛନ୍ତି । ଏବେବି ଖାଲି ପଡିଛି ୧୦୯୩ ପଦବୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
