ଝାରସୁଗୁଡା ସହରରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଭେଡେନ ଥାନା ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରୁ ମୃତଦେହ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍ପି ସ୍ମିତ ପାରମାର । ପୋଲିସ ଏନେଇ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। ଆଜି ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ନିକଟରୁ ସମର୍ଥଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି । ତେବେ ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିବା ଜଣାପଡିଛି । ମୃତଦେହଟି ସଂପୂର୍ଣ୍ଣ ଜଳି ପାରିନଥିଲା । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ ।
ଅଧିକ ପଢ଼ନ୍ତୁ: ଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ ମିଶ୍ର
ପୋଲିସ ଘଟଣାସ୍ଥଳରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ କରିଛି । ତେବେ ଅପହରଣ ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ସୂଚନା ଥାଉ କି, ଝାରସୁଗୁଡା ସହରର ସରବାହାଲର ଏକ ଅପାର୍ଟମେଣ୍ଟରୁ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥକୁ ୨୬ ତାରିଖରେ ଅପହରଣ ପରେ ସମର୍ଥଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ତାପରେ ୨୭ ତାରିଖ ରାତି କିମ୍ବା ୨୮ ତାରିଖ ସକାଳୁ ସମର୍ଥଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୁନିତ ଅଗ୍ରୱାଲଙ୍କ 14 ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲ ୨୭ ତାରିଖରୁ ସୁନିତ କହିଛନ୍ତି ପୁଅର ଫୋନରୁ ଏକ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ। 50 ଲକ୍ଷ ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ। ଅପରାହ୍ନ4ଟାରୁ ସମର୍ଥକ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ବାହାରିଥିଲେ ସେବେଠୁ ଆଉ ଘରକୁ ଫେରି ନ ଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ