ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଟ ଥିଲେ ଏହି ଦୁଇ ପ୍ରଧାନ ଶିକ୍ଷକ
ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ପାଇଁ ସବୁ ପିଲାଙ୍କ ଭଳି କୁନା ମଧ୍ୟ ସ୍ଵାଭାବିକ ଭାବେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ପରୀକ୍ଷା ଦେଉଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ କୁନା ହଠାତ୍ ମୂର୍ଚ୍ଛା ହୋଇଯିବାରୁ ହଲ୍ ରେ ଥିବା ପରିଦର୍ଶକ ପ୍ରାଥମିକ ଚିକିତ୍ସା କରିଥିଲେ । ସ୍ଥିତି ସଙ୍କଟାପନ୍ନ ହେବାରୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ପିଲାଟିକୁ ତୁରନ୍ତ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ପରୀକ୍ଷାର୍ଥୀଙ୍କ ସଫଳତା କାମନା କରୁଛି : ଧର୍ମେନ୍ଦ୍ର ପ୍ରଧାନ
ତେବେ ପିଲାଟିର ମୁର୍ଚ୍ଛା ରୋଗ ଥିବା କହିଛନ୍ତି ମୃତ ଛାତ୍ରଙ୍କ ବାପା । ଏହା ପୂର୍ବରୁ ଅନେକ ଥର ଏହି ରୋଗରେ ମୂର୍ଚ୍ଛିତ ହୋଇଥିବା ମୃତକର ବାପା ରାମ ପୂଜାରୀ କହିଛନ୍ତି । ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଇଛନ୍ତି । ମୃତ ଛାତ୍ର ଜଣକ ମାଥାଲପୁଟ ସ୍ଥିତ ମାଲୁସାନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।