ପିଲାମାନଙ୍କର ମେଧାର ଉନ୍ନତି ପାଇଁ ତଥା ଘରୋଇ ସ୍କୁଲମାନଙ୍କରେ ପଢୁଥିବା ପିଲାମାନଙ୍କ ସହିତ ପ୍ରତିଯୋଗିତା ପାଇଁ ବିଭିନ୍ନ ସମୟରେ ପରୀକ୍ଷାମାନ କରାଉଛନ୍ତି । ଏହିସବୁ ପରୀକ୍ଷା ଗୁଡିକ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଯେତେ ବ୍ୟବସ୍ଥା କଲେ ମଧ୍ୟ ଆଜିର ଦିନରେ ପ୍ରଶ୍ନପତ୍ର ଲିକ୍ ହେବା ଏକ ସାଧାରଣ ଘଟଣା ପାଲଟିଯାଇଛି । ୟୁଟ୍ୟୁବ ଓ ଟେଲିଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷାର ବିଭିନ୍ନ ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ପରୀକ୍ଷା ପୂର୍ବ ଦିନଠାରୁ ଭାଇରାଲ ହେବାରେ ଲାଗିଛି ।
ପରଦିନ ସେହି ସବୁ ବିଷୟ ଗୁଡିକର ସମାନ ପ୍ରଶ୍ନ ପିଲାମାନେ ପରୀକ୍ଷା ଦେଉଥିବାରୁ ସରକାରଙ୍କ ପରୀକ୍ଷାକୁ ନେଇ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ପ୍ରଶ୍ନ ପତ୍ର ସହିତ ଉତ୍ତର ଲିକ୍ ହେବା ଘଟଣାରେ ମୈଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାଇବ୍ରେଟ ଇଜୁକେସନ ନାମକ ୟୁଟ୍ୟୁବ ଚ୍ୟାନେଲ ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତରର ଲିଙ୍କ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ପରେ ଏବଂ ସଠିକ୍ ଭାବରେ ସେହି ଏକାପ୍ରଶ୍ନ ପରୀକ୍ଷାରେ ପଡ଼ୁଥିବା ଦେଖାଦେଇଛି ।
ସମ୍ପୃକ୍ତ ଚ୍ୟାନେଲ ପ୍ରଥମେ ପ୍ରଶ୍ନପତ୍ର କୁ ଅପଲୋଡ଼ କରୁଛି ଏବଂ ଅଧଘଣ୍ଟା ରୁ ଘଣ୍ଟାଏ ମଧ୍ୟରେ ତା'ର ଉତ୍ତର ମଧ୍ୟ ଅପଲୋଡ଼ କରାଇ ଦେଉଛି। ସେହିପରି ଟେଲିଗ୍ରାମରେ ଦୁଇଟି ଗ୍ରୁପ କରାଯାଇଛି ଯେଉଁଥିରେ ହଜାର ହଜାର ସବସ୍କ୍ରାଇର ଏହି ପ୍ରଶ୍ନ ଓ ଉତ୍ତର ସହଜରେ ପାଇଯାଉଛନ୍ତି । ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଥିବା ହଜାର ହଜାର ଆକାଉଣ୍ଟରେ ନିମିଷକ ମଧ୍ୟରେ ପ୍ରଶ୍ନପତ୍ର ସହିତ ଉତ୍ତର ଅପଲୋଡ ହୋଇଯାଉଛି । ଏହିସବୁ ଘଟଣା ପଦାକୁ ଆସିବା ପରେ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ମାନସିକ ଭାବରେ ଚାପଗ୍ରସ୍ତ ରହିଥିବା ଦେଖାଯାଉଛି । ତେବେ ପରୀକ୍ଷା ପୂର୍ବରୁ ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ପ୍ରଶ୍ନପତ୍ର ଲିକ୍ କେମିତି ହେଉଛି ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ । ପରୀକ୍ଷା ନିୟନ୍ତ୍ରଣରେ ଏଠି ସ୍ୱଚ୍ଛତା ନଆସିଲା ତେବେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।
ଆହୁରି ପଢନ୍ତୁ ଓଡିଶା ଖବର...