ସେହିପରି ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । କିଛିଦିନ ପୂର୍ବରୁ ହାଇସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ର ସଂଘ ସଦସ୍ୟମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁଦାନ ଘୋଷଣା ପରେ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହି ଦୁଇଟି ସ୍କୁଲ ବ୍ୟତିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଷ୍ଟାର୍ସ ଯୋଜନାରେ ବରଗଡ଼ର ରାଣାପ୍ରତାପ ହାଇସ୍କୁଲ ପାଇଁ ୫୪.୧୦ ଲକ୍ଷ, ଢେଙ୍କାନାଳ ଭୁବନ ବ୍ଲକର ପଞ୍ଚାୟତରାଜ ସରକାରୀ ହାଇସ୍କୁଲ ପାଇଁ ୧ କୋଟି, ଗଜପତି ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲଟି ହାଇସ୍କୁଲ ପାଇଁ ୭୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁ ଉପରବେଢା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୧୦ ଲକ୍ଷ ଓ ବାଙ୍ଗିରିପୋଷୀ ସ୍ଥିତ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୂଆସୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୫ ଲକ୍ଷ ଟଙ୍କା ଟଙ୍କା ମଞ୍ଜୁରୀ ହୋଇଛି ।
ଅନୁଦାନ ଅର୍ଥରେ ସ୍କୁଲର ଭିତ୍ତିଭୂମିର ବିକାଶ କରାଯିବ । ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ ନିର୍ମାଣ, ପାନୀୟ ଜଳ, ଖେଳ ପଡିଆ, ରୋଷେଇ ଘରର ଉନ୍ନତି ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯିବ । କଥା ଦେଇ କଥା ରଖିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।
ଆହୁରି ପଢନ୍ତୁ ଓଡିଶା ଖବର...