ରାଜଧାନୀରେ ହୋଇଥିବା ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନସ୍ଥ ପାରୁଆ ପଞ୍ଚାୟତରେ ଲୁଟେରା ଆତଙ୍କ । ମହୁଭଟା ଗ୍ରାମର ଆଶାରାମ ଗଣ୍ଡଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଆଶାରାମ ଗଣ୍ଡ ଜଣେ ସୁନା ବ୍ୟବସାୟୀ ।
ସୂଚନାନୁସାରେ, ଆଶାରାମ ସାପ୍ତାହିକ ହାଟକୁ ଯାଇଥିବା ବେଳେ ୪ଜଣ ଦୁର୍ବୃତ୍ତ ଛୁରାମାଡ଼ କରି ତାଙ୍କଠାରୁ ଲୁଟି ନେଇଛନ୍ତି ସୁନା ଗହଣା । ଏ ନେଇ ସେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଇଘର ଥାନା ଅଧିକାରୀ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ।