ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲକଡାଉନ, ସଟଡାଉନ ମଧ୍ୟ କରାଯାଉଛି। ତଥାପି ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଆଜି ଅନୁଗୁଳରେ ୮୬୭, ବାଲେଶ୍ୱରରେ ୫୨୪, ବରଗଡ଼ରେ ୩୯୫, ଭଦ୍ରକରେ ୧୩୪, ବଲାଙ୍ଗୀରରେ ୨୯୪, ବୌଦ୍ଧରେ ୩୧୩, କଟକରେ ୧୧୦୭, ଦେବଗଡ଼ରେ ୧୧୪, ଢେଙ୍କାନାଳରେ ୨୫୧, ଗଜପତିରେ ୮୬, ଗଞ୍ଜାମରେ ୨୨୮, ଜଗତସିଂହପୁରରେ ୩୨୫, ଯାଜପୁରରେ ୩୭୮, ଝାରସୁଗୁଡ଼ାରେ ୨୪୭, କଳାହାଣ୍ଡିରେ ୨୦୫, କନ୍ଧମାଳରେ ୧୦୧, କେନ୍ଦ୍ରାପଡ଼ାରେ ୨୦୪, କେନ୍ଦୁଝରରେ ୧୯୩, ଖୋର୍ଦ୍ଧାରେ ୧୪୯୭, କୋରାପୁଟରେ ୨୬୬, ମାଲକାନାଗିରିରେ ୧୧୦, ମୟୂରଭଞ୍ଜରେ ୩୪୬, ନବରଙ୍ଗପୁରରେ ୩୪୬, ନୟାଗଡ଼ରେ ୩୮୨, ନୂଆପଡ଼ାରେ ୧୫୨, ପୁରୀରେ ୪୨୪, ରାୟଗଡାରେ ୨୩୩, ସମ୍ବଲପୁରରେ ୩୯୩, ସୋନପୁରରେ ୨୨୭, ସୁନ୍ଦରଗଡ଼ରେ ୭୦୩ଓ ରାଜ୍ୟ ପୁଲରେ ୨୬୧ ଜଣ ଚିହ୍ନଟ ହୋଇଛନ୍ତି ।