ଉଦ୍ଧାର କାର୍ଯ୍ୟରେ ହେଲ୍ପ ଲାଇନର ସଦସ୍ୟ ଅମିତ ସାହୁ, ଅସିତ ପ୍ରଧାନ, ସୁଶାନ୍ତ ପାତ୍ର ,ବଡମ୍ବା ର ସାପ ଧରାଳି ସୁଶୀଲ ରାଉତ ପ୍ରମୂଖ ସାପ କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପ ଟିକୁ ସ୍ଥାନୀୟ ବନପାଳ ଦୀପକ ସେଠି ଙ୍କୁ ହସ୍ତାନ୍ତର କରାଯାଇଥିଲା। ସ୍ଥାନୀୟ ଛାଞ୍ଚୁଣିଆ ସରଂକ୍ଷିତ ଜଙ୍ଗଲ ରେ ସାପଟିକୁ ସୁରକ୍ଷିତ ଭାବେ ଛଡ଼ାଯାଇଥିବା ବଡମ୍ବା ବନାଞ୍ଚଳ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି। ଅହିରାଜ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ଙ୍କର ସମାଗମ ଦେଖିବାକୁ ମିଳିଥିଲା।
ବଡମ୍ବାରୁ ୧୨ଫୁଟ ଅହିରାଜ ଉଦ୍ଧାର

ଅର୍ଗସ ବ୍ୟୁରୋ : ବିଳମ୍ବିତ ରାତ୍ରି ରେ ବଡମ୍ବା ଟାଉନ ସ୍ଥିତ ହଳିଆ ସାହିରୁ ଏକ ୧୨ଫୁଟ ଅହିରାଜ ସାପ କୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ। ତେବେ ସାପଟି ଜୈନେକ ବ୍ୟକ୍ତି ଙ୍କର ଘର ଅଗଣା ରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଚଳପ୍ରଚଳ କରି ଏକ ପଥର ଖୋଲରେ ପଶି ରହିଥିଲା। ପରେ ସ୍ଥାନୀୟ ବନବିଭାଗ ଖବର ପାଇ ସ୍ନେକ ହେଲ୍ପ ଲାଇନର ସାହାଯ୍ୟ ଲୋଡିଥିଲେ। ସ୍ନେକ ହେଲ୍ପ ଲାଇନର ରାଜ୍ୟ ସଂଯୋଜକ ଲଳିତମୋହନ ପଣ୍ଡାଙ୍କ ସହ ୪ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ସାପ କୁ ଉଦ୍ଧାର କରିଥିଲେ।
Download Argus News App
