ଭୁବନେଶ୍ଵର : କୋରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ କଟକଣା ଲାଗୁ କରାଯାଇଛି। ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି। ତେବେ ଲକଡାଉନ କଟକଣାକୁ ବେଖାତିର କରୁଛନ୍ତି ଅମାନିଆ। ଗତକାଲି ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା 1389ଟି ବାଇକ୍ କମିଶନରେଟ୍ ପୋଲିସ ପକ୍ଷରୁ ଜବତ କରାଯାଇଛି। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର ଲକଡାଉନ ନିୟମ କଡ଼ାକଡ଼ି କରିଛନ୍ତି। ଏପରିକି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ବେଖାତିର କରୁଛନ୍ତି ଅମାନିଆ। ଗୋଟିଏ ପଟେ ମହାମାରୀ କୋରୋନା ସହ ଲଢେଇ କରିବାକୁ ସାରା ଦେଶ ଏକାଠି ହୋଇଥିବା ବେଳେ କେତେକ ଅମାନିଆଙ୍କ ପାଇଁ ଅନ୍ୟମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗତକାଲି ଗୋଟିଏ ଦିନରେ ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ 1389ଟି ବାଇକ୍ ଜବତ କରାଯିବା ସହ ମାସ୍କ ପିନ୍ଧି ନଥିବା 358 ଜଣଙ୍କ ଠାରୁ ଫାଇନ୍ ଆଦାୟ କରିଛି କମିଶନରେଟ୍ ପୋଲିସ।
