ପୁରୀ ବେଳାଭୂମିରୁ ଏକ ଡଲଫିନ ଉଦ୍ଧାର
ଅର୍ଗସ ବ୍ୟୁରୋ: ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାମିଲନାଡୁର ତୁତକରିନ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏକ ଜାହାଜରେ ଏହି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଉକ୍ତ ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା। ପାରାଦୀପ ବନ୍ଦର ପକ୍ଷରୁ ସମସ୍ତ ୨୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ଵାରା ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ପରେ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି।