Headlines 6pm
ମାଲକାନଗିରି: ମାଓ ସଂଗଠନକୁ ବଡ଼ ଝଟକା । ମାଲକାନଗିରି ସୀମାନ୍ତ ଦାନ୍ତେବଡା ଜିଲ୍ଲାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ। ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।
ମାଓ ସଂଗଠନ ରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦାନ୍ତେବଡା ଏସ୍ପି ଅଭିଷେକ ପଲ୍ଲବ। ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି।