ଭୁବନେଶ୍ୱର: ରାଜ୍ୟ ରାଜ୍ୟଧାନୀରେ ଅଣାୟତ୍ତ କରୋନା ସଂକ୍ରମଣ । ବଢ଼ୁଛି ସଂକ୍ରମଣ, ବୃଦ୍ଧି ପାଉଛି ଭୟ । ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ଭୁବନେଶ୍ୱରରୁ 14 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 10ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 13th July 2020(till 9am).
Further contact tracing is still continuing. Primary contacts & nearby houses are being quarantined, sanitised & will be under active surveillance. pic.twitter.com/O4B0wbBlR4 — BMC (@bmcbbsr) July 13, 2020
ଅନ୍ୟପଟେ 4ଟି କ୍ୱାରେଣ୍ଟାଇନ୍ ମାମଲା ଥିବା ବେଳେ 29 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 10 ଲୋକାଲ କେସ୍ ମଧ୍ୟରୁ କାନନ ବିହାର, ବମିଖାଲ, ନୟାପଲ୍ଲୀ, ଆଇଆରସି ଭିଲେଜ୍, ଗଙ୍ଗନଗର, ୟୁନିଟ-8, ୟୁନିଟ-6, ୟୁନିଟ-9, ପାତ୍ରପଡ଼ାରୁ ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଜଣେ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।
କ୍ୱାରେଣ୍ଟାଇନ୍ ମାମଲା ମଧ୍ୟରେ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ, ୟୁନିଟ-5ରୁ 2 ଜଣ ଓ ୟୁନିଟ୍-6ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

