ଭାଇରାଲ ଅଡିଓକୁ ନେଇ କଣ କହିଲେ ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ଶଣନ୍ତୁ...
ମାତିଲେ ମହୁମାଛି, ଆକ୍ରମଣରେ ୧୪ ଛାତ୍ରୀ ଆହତ

ନବରଙ୍ଗପୁର: ମାତିଲେ ମହୁମାଛି । ଆକ୍ରମଣରେ ୧୪ ଛାତ୍ରୀ ଆହତ । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବାଟିବେଡା ଆଶ୍ରମ ବିଦ୍ୟାଳୟରେ । ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ଛୁଟି ହେବା ପରେ ପିଲାମାନେ ବାରଣ୍ଡାରେ ଖେଳୁଥିବା ସମୟରେ ସ୍କୁଲ ନିକଟରେ ଥିବା ମହୁଫେଣା ତଳେ ପଡିଯାଇଥିଲା ।
ଫଳରେ ଚାରିଆଡେ ଖେଳି ହୋଇ ଯାଇଥିଲେ ମହୁମାଛି । ଓ ପିଲାଙ୍କୁ କରିଥିଲେ ଆକ୍ରମଣ । ଶିକ୍ଷକ ସମସ୍ତ ବିଦ୍ୟାର୍ଥୀଙ୍କୁ ଏକତ୍ରିତ କରି ଏକ ରୁମରେ ବନ୍ଦ କରିଦେଇଥିଲେ କିନ୍ତୁ ସେତେବେଳେ ମହୁମାଛି ୧୪ ଜଣଙ୍କୁ ଆକ୍ରମଣ କରିସାରିଥିଲା । ଆହତଙ୍କୁ ପୂଜାରିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Download Argus News App
