ଖାଲି ସେତିକି ନୁହେଁ, ୫ହଜାର ୩୬ ହେକ୍ଟର ଚାଷ ଜମି ବାଲିଚର ମାଡ଼ିଯାଇଛି। ସେହିପରି ବନ୍ୟାରେ ୧୪ ହଜାର ୨୩୫ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସେହିପରି ବନ୍ୟାରେ ୧୨ ଶହ ୩୬ଟି ଗାଈ ଗୁହାଳ, ୧୧ ଶହ ୨୫ ଡଙ୍ଗା ଓ ଜାଲ, ୨୮ ହଜାର ୨୩୨ ଏକର ମାଛ ପୋଖରୀ ନଷ୍ଟ ହୋଇଛି। ତେବେ ସରକାରଙ୍କ ନାରା ଏଠାରେ ପାଣିର ଗାର। ବନ୍ଯା ବାତ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କା ଘର। କିନ୍ତୁ ରାଜ୍ୟରେ ଏବେ ବି ଟିକେ ବର୍ଷା ହେଲେ ନା ଲୋକଙ୍କ ପାଖରେ ବାସଗୃହ ରହୁଛି ଓ ଖାଦ୍ୟ ପାଇପାରୁଛନ୍ତି। ପୂର୍ବରୁ ରାଜ୍ୟରେ ତାଣ୍ଡବ ରଚିଥିବା ଫନିକୁ ମଧ୍ୟ ଲୋକ ଭୁଲି ନାହାନ୍ତି। ଫନି ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଏ ପର୍ଯ୍ୟନ୍ତ ମିଳିନି ସହାୟତା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।

ଅର୍ଗସବ୍ୟୁରୋ: ଲମ୍ଵା ପ୍ରତୀକ୍ଷା ପରେ ଆସିଛି ବନ୍ୟା ଓ ଲଗାଣ ବର୍ଷା କ୍ଷୟକ୍ଷତି ରିପୋର୍ଟ। ୨୪ ଜିଲ୍ଲାରେ କ୍ଷୟକ୍ଷତି କରିଛି ଅଗଷ୍ଟ ବନ୍ୟା। ଅଗଷ୍ଟ ଦ୍ଵିତୀୟ ଓ ତୃତୀୟ ସପ୍ତାହରେ ଆସିଥିବା ବନ୍ୟା ଓ ଲଗାଣ ବର୍ଷାରେ ପ୍ରାୟ ୧୨୬ କୋଟି ଟଙ୍କାର ସରକାରୀ ସମ୍ପତ୍ତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବରେ ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି।

ଅର୍ଗସ ବ୍ୟୁରୋ : ବାହାନଗା ହାଇସ୍କୁଲ ପରିସରର କୁଢ କୁଢ ଶବ। ପଲିଥିନ୍ ଆଉ ଧଳା କାନାର ଆବରଣ ଶୋଇଛନ୍ତି ନିର୍ଜିବ ମଣିଷ। ସମସ୍ତେ ଅପରିଚିତ, ସମସ୍ତେ ନିଥର। କିନ୍ତୁ ଏଇ ଶବ ଗଦା ଭିତରେ ଗୋଟାଏ ହାତ ଥରୁଥିଲା। କହୁଥିଲା, ମୋତେ ଏ ବିବତ୍ସ ପରିବେଶ ଭିତରୁ ମୁକ୍ତି ଦିଏ। ମୃତ ମୁଁ ନୁହେଁ, ମୁଁ ଜୀବିତ। ଦେଖିଲା ଲୋକେ ଚମକି ପଡିବା ସ୍ବଭାବିକ୍। କିନ୍ତୁ ଶବ ଗଦା ଭିତରୁ ଏହି ହାତ ହିଁ କହିଥିଲା, ମୁଁ ବିଶ୍ବଜିତ୍ ଆଜି ମୃତ୍ୟୁଞ୍ଜୟି ହୋଇଛି। ମୃତ୍ୟୁର ପଞ୍ଝାରୁ ମୁକୁଳି ଆସିଛି।
ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
