ତାକୁ ଲକ୍ଷ ରଖି ଏହି ବୈଠକରେ କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ଓଡିଶା ପୂର୍ବ ପ୍ରାନ୍ତର ସଙ୍ଘଚଳକ ସମୀର ମହାନ୍ତି କହିଛନ୍ତି ।ଆଗାମୀ ଦିନମାନଙ୍କରେ ସମାଜ ପରିବର୍ତ୍ତନ ପାଇଁ ସଙ୍ଘ ୫ଟି ବିଷୟ ଉପରେ ଅଧିକ ଧ୍ୟାନ ଦେଇ କାମ କରିବ। ସେଗୁଡିକ ହେଲା ସାମାଜିକ ସମରସତା, ପରିବାର ପ୍ରବୋଧନ, ପରିବେଶ ସଂରକ୍ଷଣ, ସ୍ବଦେଶୀ ଆଚରଣ, ଏବଂ ନାଗରିକ କର୍ତ୍ତବ୍ୟ। ୧୦୦ ବର୍ଷ ପୂର୍ତ୍ତିରେ ସଙ୍ଘ କାର୍ଯ୍ୟର ଗୁଣାତ୍ମକ ବୃଦ୍ଧି ସହିତ ବିଭିନ୍ନ ଗ୍ରାମ ଓ ସହରର ବସ୍ତିମାନଙ୍କର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ପୂର୍ବ ପ୍ରାନ୍ତର ସଙ୍ଘ ଚାଳକ ଶ୍ରୀ ମହାନ୍ତି କହିଛନ୍ତି।
ଏବେ ଓଡ଼ିଶାରେ୧୮୫୫ ଟି ଦୈନିକ ଶାଖା ଓ ୪୬୯ଟି ସାପ୍ତାହିକ ଶାଖା ଚାଲୁଅଛି। ଦେଶରେ ୯୯ ଶତକଡା ଜିଲାରେ ଏବଂ ଶତକଡା ୮୮ ଭାଗ ଖଣ୍ଡରେ ସଙ୍ଘ କାର୍ଯ୍ୟ ଚାଲୁଅଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: