ଆଜିର ମୃତ୍ୟୁ ଦ୍ୱିତୀୟ ଲହର ସଂକ୍ରମଣରେ ରାଜ୍ୟର ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ରାଜ୍ୟବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
ରାଜ୍ୟରେ ଆଜି କୋରୋନା ନେଇଛି ୧୫ ଜଣଙ୍କ ମୁଣ୍ଡ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଜି ୧୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମହାମାରୀରେ ଆଖି ବୁଜିଛନ୍ତି । ସେହିପରି ରାୟଗଡ଼ାରୁ ୩, ସୁନ୍ଦରଗଡ଼, କଳାହାଣ୍ଡିରୁ ୨ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକ, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
Download Argus News App
