ଅର୍ଗସ ବ୍ୟୁରୋ: ଦୀର୍ଘ ଦିନ ହେଲା ବିଭିନ୍ନ ମାମଲାରେ ଫେରାର ଥିବା ୧୬ଜଣ ପୁରୁଣା ଅପରାଧୀଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ। ଦୀର୍ଘ ଦିନ ହେବ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ପୋଲିସ ଆଖିରେ ଫେରାର ଥିଲେ।ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଟାଗିଂ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ପୁରୁଣା ଅପରାଧୀମାନଙ୍କୁ ଧରିବା ପାଇଁ ଏକ ଟିମ ପ୍ରସ୍ତୁତ କରି ବିଭିନ୍ନ ଯାଗାରେ ଲୁଚି ରହିଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କେତେକ ଚୋରି, ରାହାଜାନୀ,ନାରୀ ନିର୍ଯ୍ୟାତନା, ମାଡପିଟ ଭଳି ସଂଗୀନ ଅଭିଯୋଗରେ ସଂପୃକ୍ତ ଥିବା ଜଣାପଡିଛି।ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍। ଏହାସହ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ପୋଲିସକୁ ଏକ ବଡ ସଫଳତା ମିଳିଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: