ପୂର୍ବ ୫T ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ପୂର୍ବ ସରକାର ଯେଉଁ ୫T କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପଢିଲେ ଅଥଚ ହରଣ ଗୁଣନ ଆସିଲା ନାହିଁ । ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ବିରୋଧି ଦଳ ମୁଖ୍ୟ ସଚେତକ ଥିବାବେଳେ ଚିଠି ଏ ବାବଦରେ ଲେଖିଥିଲି କିନ୍ତୁ ପୂର୍ବ ସରକାର ଶୁଣିନଥିଲେ ତେଣୁ ଏହା ମୋର ସୌଭାଗ୍ୟ ମୁଁ ରାଜ୍ୟ ମୁଖିଆ ଏବେ ହେବା ପରେ ଏଭଳି ଏକ ଚିନ୍ତାକୁ ଧୀରେ ଧୀରେ ବ୍ୟବସ୍ଥାରେ ଲାଗୁ କରିବା ପାଇଁ ପ୍ରୟାସ କରାଯାଉଛି ।
ସେପଟେ ଆଜି ଗୁରୁ ଦିବସ । ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି ।
ଡକ୍ଟର ରାଧାକ୍ରିଷ୍ଣନ୍ ଏକାଧାରାରେ ଥିଲେ ଜଣେ ମହାନ୍ ଶିକ୍ଷାବିତ୍, ଦାର୍ଶନିକ ତଥା ରାଜନୈତିଜ୍ଞ । ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...