ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଳର୍କ କମ୍ କ୍ୟାସିୟର ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁକୁ ବାନ୍ଧିଲା STF । ଗତ ବର୍ଷେ STF ୫୦ କେଜି ବ୍ରାଉନସୁଗର, ୯୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ଲର୍କ କରୁଥିଲେ ଗଞ୍ଜେଇ ଚାଲାଣ, ଦୁଇ ଗିରଫ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ଲର୍କ କମ୍ କ୍ୟାସିୟର କରୁଥିଲେ ଚୋରା ଗଞ୍ଜେଇ ଚାଲାଣ । ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ । ଏହାସହ ୧୬୫ କେଜି ଗଞ୍ଜେଇ, ଗୋଟିଏ SBML ବନ୍ଧୁକ, ଗୋଟିଏ ମହିନ୍ଦ୍ରା ଗାଡି, ଗୋଟିଏ ପଲସର ବାଇକ ଜବତ କରିଛି ଏସଟିଏଫ । ଅନୁଗୁଳ ଜିଲ୍ଲା ବାଙ୍କ ପଳାସ ଗାଁ ନିକଟରେ ଚାଲାଣ ବେଳେ ମାଡିବସିଲା STF ।
Download Argus News App
