
ଗଞ୍ଜାମ: ଦୁବାଇରେ ଫସି ରହିଛନ୍ତି ୧୮ ଓଡ଼ିଆ ଶ୍ରିମିକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ମାଣିକପୁର ଏବଂ କୈରସି ଗ୍ରାମରୁ ଯାଇ ୧୮ ଜଣ ଶ୍ରମିକ ଦୁବାଇରେ ଫସି ରହିଛନ୍ତି । କୌଣସି ଏକ ଅଜଣା ଠିକାଦାରର ହାବୁଡ଼ରେ ପଡ଼ି ଲକ୍ଷାଧିକ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଏହି ଶ୍ରମିକମାନେ । ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆଣିଛନ୍ତି ଏହି ଶ୍ରମିକ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ଶ୍ରମିକମାନେ ଏକ ଭିଡିଓ ସୁଟିଂ କରି ସେମାନଙ୍କ ଯନ୍ତ୍ରଣା, ଦୁଃଖକୁ ପ୍ରକାଶ କରିଛନ୍ତି ।
ଏପଟେ ଶ୍ରମିକଙ୍କ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର ପାଇଁ ଶ୍ରମ କମିଶନରଙ୍କ ପାଖରେ ଗୁହାରି କରିଛନ୍ତି । ଏଥିସହିତ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଏ ସମସ୍ୟାର ସମାଧାନ ପାଇଁ ଅବଗତ କରାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳର ଲୋକମାନେ ଦାଦନ ଖଟିବାକୁ ଯାଇ ଦୁବାଇରେ ଫସି ରହିଥିଲେ ।
ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ #Odisha #DadanDukha #News #Dubai #Bondedlabour pic.twitter.com/kbK8Vr5HCj
— TheArgus.in (@theargus_in) July 11, 2019
