ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ 1876 କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼ିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 1182 କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ ସଂକ୍ରମଣ ରହିଛି 694 । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାକୁ ମିସାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର 672 ରହିଛି । ଆଜି ଅନୁଗୁଳରୁ 15, ବାଲେଶ୍ୱରରୁ 81, ବରଗଡ 15, ଭଦ୍ରକ 50, ବଲାଙ୍ଗିର 31, ବୌଦ୍ଧ 10, କଟକ 109, ଦେବଗଡ 2, ଢ଼େଙ୍କାନାଳ 36, ଗଜପତି 71, ଗଞ୍ଜାମ 260, ଜଗତସିଂହପୁର 26, ଯାଜପୁର 53, ଝାରସୁଗୁଡା 6, କଳାହାଣ୍ଡି 41, କନ୍ଧମାଳ 30, କେନ୍ଦ୍ରାପଡା 58, କେନ୍ଦୁଝର 21, ଖୋର୍ଦ୍ଧା 297, କୋରାପୁଟ 77, ମାଲକାନଗିରି 24, ମୟୁରଭଞ୍ଜ 70, ନବରଙ୍ଗପୁର 30, ନୟାଗଡ 105, ନୂଆପଡା 3, ପୁରୀ 80, ରାୟଗଡା 98, ସମ୍ୱଲପୁର 36, ସୋନପୁର 22, ସୁନ୍ଦରଗଡ 119 ଚିହ୍ନଟ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ତେଲୁଗୁ ଅଭିନେତ୍ରୀ ସାମନ୍ଥାଙ୍କ କ୍ରେଜ। ସାମନ୍ଥା ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟରେ ରୁହନ୍ତି। ଫିଲ୍ମରୁ ବିରତି ନେଇ ପୁଣି କମବ୍ୟାକ କରୁଛନ୍ତି ସାମନ୍ଥା। ବିଜୟ ଦେବରକୋଣ୍ଡାଙ୍କ ପରେ ବଲିଉଡ ଦଙ୍ଗବ ଷ୍ଟାର ସଲମାନ ଖାନଙ୍କ ସହ କରିବେ ସ୍କ୍ରିନ ସେୟାର। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
ଫିଲ୍ମ 'ପୁଷ୍ପା-୨'ରେ ତାଙ୍କର ଆଇଟମ ଗୀତ ପାଇଁ ସେ ଅଧିକ ଚର୍ଚ୍ଚାରେ ରହିଥିଲେ। ଏବେ ସେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ରୋମାନ୍ସ କରିବେ ବୋଲି ଏକ ଖବର ଆସିଛି। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜରକୁ ଆସିବାକୁ ଯାଉଛନ୍ତି। ତେବେ ଏହା କେତେଦୂର ସତ ତାହା ଜଣାପଡିନାହିଁ।
ଏଥିରେ ଫିଲ୍ମରେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ କୁହାଯାଉଛି। ତେବେ ସାମନ୍ଥା ନିକଟରେ ଏକ ରୋଗରେ ପୀଡିତ ଥିଲେ। ସେଥିପାଇଁ ସେ ସିନେମା ଜଗତରୁ କିଛି ସମୟ ପାଇଁ ବିରତି ନେଇ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିଲେ। ନିକଟରେ ସାମନ୍ଥାଙ୍କୁ ଫିଲ୍ମ 'ଖୁସି'ରେ ଦେଖିବାକୁ ମିଳିଥିଲା। ସାମନ୍ଥା ୨୦୧୦ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ଆଜି ଅପରାହ୍ନ ୪ ଟା ବେଳେ ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାମ ପାର୍ଶ୍ୱରେ ୪ଟି ଓ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଛି ।
ଅନୁଗୋଳ: ରୋଗୀ ନେଲାବେଳେ କାଦୁଅରେ ଦୀର୍ଘ ସମୟ ଫସିଲା ଆମ୍ବୁଲାନ୍ସ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଝରବାହାଳ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ରଞ୍ଜ ଗାଁଠୁ ଝରବାହାଳ ଗାଁ ପର୍ଯ୍ୟନ୍ତ 2 କିମି ରାସ୍ତା ଅବସ୍ଥା ଶୋଚନୀୟ । ଫଳରେ ରୋଗୀ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ଗାଡିକୁ ପଛପଟୁ ଠେଲି ଠେଲି କାଦୁଅରୁ ବାହାର କଲେ ।
ଝରବାହାଳର 65 ବର୍ଷୀୟା ବୃଦ୍ଧା ମନ୍ଦା ତପନ ଦୀର୍ଘ ଦିନ ହେବ ଜ୍ବରରେ ପଡ଼ିଥିଲେ । ଆଜି ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ 108 ଯୋଗେ ପାଳଲହଡା ଡାକ୍ତରଖାନାକୁ ନିଆଯାଉଥିଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି କାଦୁଅ ଭିତରେ ଫସି ଯାଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...