ସେପଟେ ଆଜି ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେର ଆଉ 10 ହଜାର ୬୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 27ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି କରୋନା ସଂକ୍ରମଣ । ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ହୋଇଛନ୍ତି । ଜିଲ୍ଲାରୁ 1564 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ 943, ଓ କଟକରେ 887 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କରୋନା ପ୍ରାଣ ହରାଇଲେ ୧୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା ମହାମାରୀ। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଆଜି ରାଜ୍ୟରେ ପୁଣି ୧୯ ଜଣ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦ରେ ପହଞ୍ଚି ଯାଇଛି ।
Download Argus News App
