ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ ଚରଣ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅତ୍ୟନ୍ତ ଘଟଣାମାନ ପରିଲକ୍ଷିତ ହେଉଅଛି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବନ୍ୟା , ବାତ୍ୟା , ପ୍ରବଳ ବୃଷ୍ଟିପାତ, ମରୁଡି ପରିସ୍ଥିତି ଆଦି ପରିଲିକ୍ଷିତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟରେ ଯାଇଛି ୧୯୭ ଜୀବନ ।
2012ରୁ 2022 ଭିତରେ ବନ୍ୟା, ବାତ୍ୟା, ପ୍ରବଳ ବର୍ଷା ଓ ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟର 197 ଜଣ ଲୋକଙ୍କ ର ମୃତ୍ୟୁ ହୋଇଛି । ନବରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ତାରକା ପ୍ରଶ୍ନର ଉତ୍ତର ଦେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।