ତେବେ ମହାବାତ୍ୟା ପରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି ସତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନଥିବା କୁହାଯାଉଛି। ବାତ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ସମୂହ ଠିକ୍ ଅବସ୍ଥାରେ ନିଥବା କୁହାଯାଇଛି ।
ମନେପଡ଼େ ମହାବାତ୍ୟା, ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର ଭୟଙ୍କର ରୂପ

ଅର୍ଗସ ବ୍ୟୁରୋ: ମନେପଡ଼େ ମହାବାତ୍ୟା । ୧୯୯୯ ମସିହା ମହାବାତ୍ୟାକୁ ପୂରିଲା ୨୩ ବର୍ଷ । ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର ଭୟଙ୍କର ରୂପ । ସମୟ ବଦଳିଛି ହେଲେ ମନରୁ ଲିଭିନି କରାଳ କାୟାର ଛାପ । ଜଗତସିଂହପୁର, କେନ୍ଦ୍ରାପଡା ସମେତ ବିଭିନ୍ନ ସ୍ଥାନରେ ରାଜକନିକା, ଆଳି ମହାକାଳପଡା ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବେସାହାରା ହୋଇଯାଇଥିଲେ ଅନେକ ଲୋକ । ଭାଙ୍ଗିଯାଇଥିଲା ଅନେକ ପରିବାରର ମେରୁଦଣ୍ଡ ।
Download Argus News App
