
ଭଦ୍ରକ : ଏଟିଏମ୍ ହ୍ୟାକ କରି ଗାଏବ କରାଯାଉଛି ଲକ୍ଷଲକ୍ଷ ଟଙ୍କା । ଗତକାଲି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ଇଣ୍ଡିକେସ୍ ଏଟିଏମରୁ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ଧାମନଗର ଥାନରେ ଅଭିଯୋଗ ହୋଇଛି । ସେହିପରି ଧାମନଗର ବଜାରସ୍ଥିତ ହିଟାଚି ଏଟିଏମରୁ ୧୦ ଲକ୍ଷ ୮୦ ହଜାର ଲୁଟ ହୋଇଛି।
ଖାଲି ସେଥିକି ନୁହେଁ ରାଜ୍ୟ ଓ ଜିଲ୍ଲାରେ ବଢ଼ି ଚାଲିଥିବା ସାଇବର ଠକେଇ ପାଇଁ ଜିଲ୍ଲା ପୋଲିସ ଏନେଇ କ୍ରାଇମ ବିଭାଗର ଟ୍ରେନିଂ ନେଇଛନ୍ତି। ସାଇବର ଏକ୍ସପୋର୍ଟମାନେ କାମ କରୁଛନ୍ତି। ଏକ୍ସପର୍ଟମାନେ ସମସ୍ତଙ୍କୁ ଏକାଠି କରି ଏହାର ସଠିକ ଭାବରେ ତଦନ୍ତ କରାଯିବ ବୋଲି ଜିଲ୍ଲା ହେଡ଼କ୍ୱାଟର ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ହୋଇଥିବା ସାଇବର କ୍ରାଇମ ଉପରେ ପୋଲିସ ଯତ୍ନବାନ ଅଛି ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

