ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକା ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବଡ଼ପଦର ପଞ୍ଚାୟତ ର ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଡାଉ କରି ଥିଲା । ଦୂରରୁ ପୋଲିସ କୁ ଦେଖି ଗଞ୍ଜେଇ ଚୋରା ଚାଲାଣ କାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ। ପୋଲିସ ସେଇ ସ୍ତାନରୁ ୮୫ଟି ଜରି ବସ୍ତା ରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ କୁ ଜବତ କରି ଚିତ୍ରକୋଣ୍ଡା ଥାନା କୁ ଆଣିଥିଲା। ସେ ସବୁ ଗଂଜେଇ କୁ ଓଜନ କରାଯିବା ପରେ ତାହା ୨ ଟନ ୧୫୨ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପନ୍ଦର ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।
ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଁଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ଜବତ ଗଂଜେଇକୁ ଗତକାଲି କୋର୍ଟ ଚାଲାଣ କରାଯାଇଛି ।ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ କାହାର ଗଂଜେଇ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକା ତଦନ୍ତ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକା।
ଅଧିକ ପଢ଼ନ୍ତୁ ଓଡିଶା ଖବର: