ଏହି ଅଂଚଳ ଅଭାୟରଣ୍ୟ ନିକଟ ବର୍ତ୍ତୀ ହୋଇଥିବାରୁ ବର୍ଷସାରା ହାତୀ ସମେତ ଅନ୍ୟ ଜୀବଜନ୍ତୁ ରହିଥାନ୍ତି। ଏକା ସାଙ୍ଗରେ ୨ଟି ହାତୀର ମୃତ ଦେହ ଉଦ୍ଧାର ହେବାରୁ ଏହା ନିଶ୍ଚିତ ହତ୍ଯା କାଣ୍ଡ ବୋଲି ଅନୁମାନ କରା ଯାଉଥିବା ବେଳେ ମୃତ୍ୟୁର ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।
ବନ କର୍ମଚାରୀ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଏହା ବିଷ କ୍ରିୟାରୁ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରି ତଦନ୍ତ କରୁଛନ୍ତି। ଏହି ଅଂଚଳରେ ଆଗରୁ ହାତୀ ମାନେ ବସବାସ କରୁଥିବା ବେଳେ ନିକଟ ବର୍ତ୍ତୀ ବିଲରେ ପଶି ଫସଲ ନଷ୍ଟ କରିଥାନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏପରି ଘଟଣା ସାମ୍ନାକୁ ଆସିନାହିଁ। ତେବେ ଗଜରାଜ ଙ୍କ ମୃତ୍ୟୁ ନେଇ ବନ ବିଭାଗ ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି। ଏନେଇ ବନବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।